21/09/2025
ଅତ୍ୟନ୍ତ ଦୁଃଖଦ ଖବର 🥲
ଆମ ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନର ପ୍ରତିଷ୍ଠାତା ସଦସ୍ୟ ତଥା ଚଣ୍ଡିଖୋଲ କୋର୍ଟରେ ଦର୍ପଣଗଡ଼ ପଞ୍ଚାୟତ ଅନ୍ତର୍ଗତ କୋଲସାହି ଗ୍ରାମର କାର୍ଯ୍ୟରତ ଓକିଲ ନଗେନ୍ଦ୍ର କୁମାର ପାତ୍ର(ମୁନା)ଙ୍କର ଅକାଳ ବିୟୋଗରେ ଆମେ ବିସ୍ମିତ ଓ ମର୍ମାହତ ! ସ୍ବର୍ଗତ ପାତ୍ରଙ୍କ ସରଳ ଓ ନିଷ୍କପଟ ଆତ୍ମା ପ୍ରତି ବାର ଆସୋସିଏସନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପୂର୍ବକ ତାଙ୍କର ଦୁଇ ଝିଅ, ପୁଅ, ବିଧବା ପତ୍ନୀ ଏବଂ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଏଭଳି ଦାରୁଣ ଦୁଃଖକୁ ସହିବାକୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବାକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆମେ ପ୍ରାର୍ଥନା କରୁଛୁ !
ଓଁ ଶାନ୍ତି 🙏